ଓଡ଼ିଆଙ୍କ ପାଇଁ ଓଡ଼ିଶା
ଓଡ଼ିଆଙ୍କ ପାଇଁ ଓଡ଼ିଶା
ଭାରତର ମୋଟ ଖଣିଜ ସମ୍ପଦର ୪୩.୭% ଓଡ଼ିଶାରୁ ଆସୁଥିବା ସତ୍ତ୍ୱେ, ଏହାର ଲୋକମାନେ ଆଜି ମଧ୍ୟ ଦେଶର ସବୁଠାରୁ ଗରିବ ଜନସମୁଦାୟଙ୍କ ମଧ୍ୟରେ ରହିଛନ୍ତି । ଏହି ସ୍ଥିତିର ଅନ୍ତ ଏବେ ହେବ । ୧୬ଟି ଅଟଳ ପ୍ରତିଜ୍ଞା, ଏପରି ଏକ ଓଡ଼ିଶା ଗଠନ କରିବା ପାଇଁ ଯେଉଁ ଓଡ଼ିଶା ପ୍ରତ୍ୟେକ ଓଡ଼ିଆର ଅଧିକାର ।
ଓଡ଼ିଶାକୁ ଆଗକୁ ନେଉଥିବା ଜନଶକ୍ତି, ସାମର୍ଥ୍ୟ ଓ ଜନମାନସର ଅଦମ୍ୟ ଉତ୍ସାହ ।
ଯେଉଁ ସଂଖ୍ୟାଗୁଡ଼ିକୁ ଶାସନ ବ୍ୟବସ୍ଥା ଅଣଦେଖା କରିଛି ।
ଭାରତର ମୋଟ ଖଣିଜ ଉତ୍ପାଦନ ମୂଲ୍ୟର ୪୩.୭% ଓଡ଼ିଶାର ଅବଦାନ । ଲୁହାପଥର ଉତ୍ପାଦନରେ ପ୍ରଥମ (୫୫%), କ୍ରୋମାଇଟ୍ ଉତ୍ପାଦନରେ ପ୍ରଥମ (୧୦୦%) ଏବଂ ବକ୍ସାଇଟ୍ ଉତ୍ପାଦନରେ ପ୍ରଥମ (୭୨.୭%) ସ୍ଥାନରେ ରହିଛି ଓଡ଼ିଶା । ତଥାପି , ରାଜ୍ୟର ଅଣ-କର ରାଜସ୍ୱର ୮୦% କଞ୍ଚାମାଲ ଆକାରରେ ରାଜ୍ୟ ବାହାରକୁ ଚାଲିଯାଉଛି ।
OES ରିପୋର୍ଟ ୨୦୨୫-୨୬
ପ୍ରତି ୧ ଲକ୍ଷ ଜୀବିତ ଜନ୍ମରେ ୧୨୪ ମାତୃମୃତ୍ୟୁ - ଜାତୀୟ ହାର ୮୭ ତୁଳନାରେ ପ୍ରାୟ ଦୁଇଗୁଣ । ଡାକ୍ତର-ଜନସଂଖ୍ୟା ଅନୁପାତ ୧:୧,୭୩୫ - ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ମାନକଠାରୁ ବହୁତ କମ୍ । ୬ରୁ ୫୯ ମାସ ବୟସର ୬୪.୨% ଶିଶୁ ରକ୍ତହୀନତାର ଶିକାର ।
SRS ୨୦୨୨-୨୪ · NFHS-୫
ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ପାଠପଢ଼ା ଛାଡ଼ିବା ହାର ୧୫%, ଯାହା ଜାତୀୟ ହାରଠାରୁ ଅଧିକ । ଗ୍ରାମାଞ୍ଚଳର ତୃତୀୟ ଶ୍ରେଣୀର ମାତ୍ର ୪୦% ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀର ପାଠ ପଢ଼ିପାରନ୍ତି । ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ ପଦବୀର ୬୮% ଖାଲି ପଡ଼ିଛି ।
ନୀତି ଆୟୋଗ · ASER ୨୦୨୪
ରାଜ୍ୟର ମୁଣ୍ଡପିଛା ଆୟ ୧.୮୭ ଲକ୍ଷ ଟଙ୍କା—ଜାତୀୟ ହାର ୨.୧୯ ଲକ୍ଷ ଟଙ୍କାଠାରୁ କମ୍ । ୧,୨୩୭ଟି ଗାଁରେ ମୋବାଇଲ୍ ନେଟୱର୍କ ସଂଯୋଗ ନାହିଁ । ପ୍ରତିବର୍ଷ ଲକ୍ଷ ଲକ୍ଷ ଓଡ଼ିଆ ସ୍ୱଳ୍ପ ମଜୁରିରେ କାମ କରିବା ପାଇଁ ଜୀବିକା ଅନ୍ୱେଷଣରେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ।
OES ରିପୋର୍ଟ ୨୦୨୫-୨୬ · PIB ଇଣ୍ଡିଆ
ଓଡ଼ିଶାର ସମ୍ପଦ ବାହାରକୁ ଯାଉଛି ।
ଏହାର ଲୋକମାନେ ଗରିବ ହୋଇ ରହୁଛନ୍ତି ।
ଆମେ ଲୌହ ପଥର ଖନନ କରୁଛୁ - କିନ୍ତୁ କାର୍ ଗୁଡ଼ିକ ଅନ୍ୟତ୍ର ନିର୍ମାଣ ହେଉଛି । ଆମେ ବକ୍ସାଇଟ୍ ଖୋଳୁଛୁ - ଆଲୁମିନିୟମ୍ ସାମଗ୍ରୀ ଅନ୍ୟତ୍ର ତିଆରି ହେଉଛି । ଆମେ କ୍ରୋମାଇଟ୍ ଯୋଗାଉଛୁ - ଲାଭ ଅନ୍ୟ କେହି ନେଉଛନ୍ତି । ଓଡ଼ିଶାର ପ୍ରାକୃତିକ ସମ୍ପଦ ଅତୁଳନୀୟ । ଆମର ଆହ୍ୱାନ ହେଉଛି - ଏହି ସମ୍ପଦରୁ ସୃଷ୍ଟି ହେଉଥିବା ମୂଲ୍ୟ ଓ ଲାଭର ଅଧିକାଂଶ ଭାଗ କିପରି ଓଡ଼ିଶାବାସୀଙ୍କ ପାଖରେ ପହଞ୍ଚିବ, ତାହା ସୁନିଶ୍ଚିତ କରିବା ।
ଏବେ ଏପରି ଏକ ଶାସନର ସମୟ ଆସିଛି ଯାହା କେବଳ ଓଡ଼ିଆମାନଙ୍କ ପାଖରେ ଉତ୍ତରଦାୟୀ ରହିବ ।
ଓଜେସି କୌଣସି ଜଣେ ବ୍ୟକ୍ତିଙ୍କ ଦଳ ନୁହେଁ ।
ଏହା ପ୍ରତ୍ୟେକ ଓଡ଼ିଆଙ୍କର ଅଭିଯାନ ।
କୋରାପୁଟର କ୍ଷେତଠାରୁ ଆରମ୍ଭ କରି ପାରାଦ୍ୱୀପର ବନ୍ଦର ପର୍ଯ୍ୟନ୍ତ । ମୟୂରଭଞ୍ଜର ଆଦିବାସୀ ପଲ୍ଲୀଠାରୁ ଆରମ୍ଭ କରି ଭୁବନେଶ୍ୱରର ଶ୍ରେଣୀଗୃହ ପର୍ଯ୍ୟନ୍ତ ।
କୃଷକ
୨୦୩୬ ସୁଦ୍ଧା ଓଡ଼ିଶାକୁ ଦେଶର ଅଗ୍ରଣୀ କୃଷି ରାଜ୍ୟରେ ପରିଣତ କରିବା ସହ କୃଷି ଉତ୍ପାଦନରେ ଆବଶ୍ୟକତାଠାରୁ ଅଧିକ ଉତ୍ପାଦନ ହାସଲ କରିବା । କୃଷି ଭିତ୍ତିଭୂମି, ବଜାର ବ୍ୟବସ୍ଥା, ଉନ୍ନତମାନର ବିହନ ଓ ଜୈବ ସାର କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବା ,ଯେପରି ପ୍ରତ୍ୟେକ ଚାଷୀଙ୍କ ପାଖରେ ସମୃଦ୍ଧ ହେବା ପାଇଁ ଆବଶ୍ୟକୀୟ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ସହାୟତା ଉପଲବ୍ଧ ଥିବ ।
ଛାତ୍ରଛାତ୍ରୀ
ସହର ଭଳି ପ୍ରତ୍ୟେକ ଗାଁରେ ସମାନ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ସହ ଗ୍ରାମାଞ୍ଚଳର ବିଦ୍ୟାଳୟଗୁଡ଼ିକରେ ପ୍ରଶିକ୍ଷିତ ଶିକ୍ଷକ ଓ ଉପଯୁକ୍ତ ଭିତ୍ତିଭୂମି ଉପଲବ୍ଧ କରାଇବା । ଆଗାମୀ ଦଶନ୍ଧିର ଆହ୍ୱାନକୁ ସାମ୍ନା କରିବା ପାଇଁ ଯୁବପ୍ରତିଭାଙ୍କୁ ଆବଶ୍ୟକ ଜ୍ଞାନ, ଦକ୍ଷତା ଓ ନେତୃତ୍ୱ ଆଦି ଗୁଣରେ ସୁସଜ୍ଜିତ କରାଯିବ ।
ମହିଳା
ଓଡ଼ିଶାର ମହିଳାମାନଙ୍କୁ ସଶକ୍ତ, ଆତ୍ମନିର୍ଭର ଓ ଦେଶର ଅନ୍ୟ ସମସ୍ତ ରାଜ୍ୟର ମହିଳାଙ୍କ ତୁଳନାରେ ଆଗୁଆ କରିବା । ସେମାନଙ୍କୁ ଦକ୍ଷତାସମ୍ପନ୍ନ, ନିଯୁକ୍ତି ପାଇଁ ସକ୍ଷମ ଓ ସାହସୀ କରିବା ସହ ନିଜ ଅଧିକାର ପ୍ରତି ସଚେତନ କରିବା, ଯାହାଦ୍ୱାରା ସେମାନେ ଓଡ଼ିଶାର ପ୍ରଗତିରେ ସକ୍ରିୟ ଅଂଶଗ୍ରହଣ କରିବା ସହ ନେତୃତ୍ୱ ନେଇପାରିବେ ।
ଯୁବପିଢ଼ି
ନିଯୁକ୍ତି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ । ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଯାହା ଦ୍ୱାରା ଆମ ରାଜ୍ୟର ଯୁବପିଢ଼ି ଜୀବିକା ଅନ୍ୱେଷଣରେ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ନ ଯାଇ, ଆମ ରାଜ୍ୟରେ ରୋଜଗାର ପାଇପାରିବେ । ଆଗାମୀ ଦଶନ୍ଧିର ଆବଶ୍ୟକତା ଅନୁଯାୟୀ ପ୍ରତ୍ୟେକ ଯୁବକ ଯୁବତୀଙ୍କୁ ଜ୍ଞାନ ଓ ଦକ୍ଷତାରେ ସୁସଜ୍ଜିତ କରିବା, ଯାହାଦ୍ୱାରା ସେମାନେ ସକ୍ଷମ, ଆତ୍ମନିର୍ଭର ଓ ସୁରକ୍ଷିତ ଜୀବନଯାପନ କରିପାରିବେ ।
ଆଦିବାସୀ ସମାଜ
ଓଡ଼ିଶାର ପ୍ରଗତିର କେନ୍ଦ୍ରରେ ଆଦିବାସୀ ସମାଜର ମର୍ଯ୍ୟାଦା, ସ୍ୱାଭିମାନ ଓ ଆତ୍ମସମ୍ମାନକୁ ସର୍ବୋଚ୍ଚ ପ୍ରାଥମିକତା ଦେବା । ଏପରି ବିକାଶ ସୁନିଶ୍ଚିତ କରିବା, ଯାହା ଦୁର୍ଗମ ଗାଁ ପର୍ଯ୍ୟନ୍ତ ପହଞ୍ଚିବ, କିନ୍ତୁ କାହାକୁ ବି ନିଜ ଜମି, ଜଙ୍ଗଲ ଓ ପାରମ୍ପରିକ ଜୀବନଶୈଳୀରୁ ବିଚ୍ଛିନ୍ନ କରିବ ନାହିଁ ।
ଶ୍ରୀ ମହମ୍ମଦ ମୋକିମ୍
ପ୍ରତିଷ୍ଠାତା ସଭାପତି, ଓଡ଼ିଶା ଜନତା କଂଗ୍ରେସ ପାର୍ଟି
ଶାସନ ବ୍ୟବସ୍ଥା ଜନକଲ୍ୟାଣର ଏକ ମାଧ୍ୟମ ଭାବରେ କାର୍ଯ୍ୟ କରିବା ଉଚିତ୍ ।
"ସମସ୍ତ ଓଡ଼ିଶାବାସୀଙ୍କୁ ମୋର ନମସ୍କାର! — ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ, ଯଦି ଆମକୁ କେବଳ ଗୋଟିଏ ଛୁଞ୍ଚି ତିଆରି କରିବାକୁ ପଡ଼େ, ତେବେ ଆମ ପାଖରେ ୧୪୦ କୋଟି ହାତର ଶକ୍ତି ଅଛି । ଏବଂ ଏକାଠି ମିଶି ଆମେ ଗୋଟିଏ ନୁହେଁ, ବରଂ ୧୪୦ କୋଟି ଛୁଞ୍ଚି ତିଆରି କରିପାରିବା । ଏହା ହେଉଛି ସାମୂହିକ ଉଦ୍ୟମର ଶକ୍ତି । ଶିଳ୍ପ ପ୍ରତିଷ୍ଠା, ନିଯୁକ୍ତି ସୃଷ୍ଟି ଏବଂ ନିଜ ଲୋକଙ୍କ ଦ୍ୱାରା ପରିଚାଳିତ ସୁଯୋଗ ସୃଷ୍ଟି କରିବା ପାଇଁ ଓଡ଼ିଶାକୁ ଏହି ଶକ୍ତିର ଉପଯୋଗ କରିବାକୁ ପଡ଼ିବ ।"
ଦଶନ୍ଧି ଦଶନ୍ଧି ଧରି ଭଗ୍ନ ଆଶା, ଦୁର୍ବଳ ଉତ୍ତରଦାୟିତ୍ୱ, ଏବଂ ସାଧାରଣ ନାଗରିକ ପରିବର୍ତ୍ତେ କ୍ଷମତାଶାଳୀମାନଙ୍କୁ ସେବା କରୁଥିବା ଏକ ଶାସନ ବ୍ୟବସ୍ଥାକୁ ଓଡ଼ିଶାର ଜନତା ସହ୍ୟ କରିଆସିଛନ୍ତି । ଓଡ଼ିଶା ଜନତା କଂଗ୍ରେସ ପାର୍ଟିର ଏକ ସ୍ପଷ୍ଟ ବିଶ୍ୱାସ ଅଛି: ଓଡ଼ିଶା ଓଡ଼ିଆମାନଙ୍କର । ଏହାର ନଦୀ, ଜମି, ଜଙ୍ଗଲ, ଅର୍ଥନୀତି, ଏବଂ ଅନୁଷ୍ଠାନଗୁଡ଼ିକ ଏହି ରାଜ୍ୟର ଲୋକଙ୍କ ପାଇଁ କାମ କରିବା ଉଚିତ୍ । ଶୂନ୍ୟ ଘୋଷଣାର ଯୁଗ ଶେଷ ହେବା ଆବଶ୍ୟକ ଏବଂ ଏହା ସ୍ଥାନରେ ଏକ ମାପଯୋଗ୍ୟ ପ୍ରଦର୍ଶନ ଆସିବା ଆବଶ୍ୟକ ।