Odisha Janta Congress Party Newsroom & Press Resources
ଗଣମାଧ୍ୟମ ଏବଂ ପ୍ରେସ୍ ଡେସ୍କ

ଆନୁଷ୍ଠାନିକ ବିବୃତ୍ତି ଏବଂ
ପ୍ରେସ୍ ସମ୍ବଳ

ଓଡ଼ିଶାର ରାଜନୈତିକ ପରିସ୍ଥିତି ସମ୍ପର୍କରେ ଖବର ପ୍ରସ୍ତୁତ କରୁଥିବା ସାମ୍ବାଦିକମାନଙ୍କ ପାଇଁ ଓଡ଼ିଶା ଜନତା କଂଗ୍ରେସର ଆଧିକାରିକ ପ୍ରେସ୍ ବିଜ୍ଞପ୍ତି, ମିଡିଆ କିଟ୍ , ଦଳର ଦୃଷ୍ଟିକୋଣ ସମ୍ପର୍କିତ ତଥ୍ୟ ଏବଂ ଉତ୍ସ ଉଲ୍ଲେଖ ସହ ପ୍ରାମାଣିକ ପରିସଂଖ୍ୟାନ ଏଠାରେ ଉପଲବ୍ଧ ।

ତଥ୍ୟ ଆଧାରିତ ଦଲିଲ

ଆମ ଦୃଷ୍ଟିକୋଣ ପଛରେ ଥିବା ତଥ୍ୟ

ଓଡ଼ିଶାରେ ଅସୀମ ସମ୍ଭାବନା ରହିଛି କିନ୍ତୁ ତଥ୍ୟଗୁଡ଼ିକ ଦର୍ଶାଉଛି କେଉଁଠି ଏବେ ମଧ୍ୟ ଗୁରୁତ୍ୱର ସହ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ଠାରୁ ଆରମ୍ଭ କରି ଜୀବିକା, ପ୍ରାକୃତିକ ସମ୍ପଦ, ମହିଳା ସୁରକ୍ଷା ଏବଂ ସାମାଜିକ ନ୍ୟାୟ ପର୍ଯ୍ୟନ୍ତ - ଏହି ସୂଚକଗୁଡ଼ିକ ଆଗାମୀ ଦଶନ୍ଧିରେ ଓଡ଼ିଶାର ରୂପରେଖ ସ୍ଥିର କରିବାକୁ ଥିବା ଆହ୍ୱାନଗୁଡ଼ିକୁ ଦର୍ଶାଉଛି ।

ସମସ୍ତ ତଥ୍ୟ ସରକାରୀ ଆକଳନ, ଜାତୀୟ ସର୍ବେକ୍ଷଣ, ବିଧାନସଭା ରେକର୍ଡ, ଅଡିଟ୍ ରିପୋର୍ଟ ଏବଂ ସ୍ୱାଧୀନ ମୂଲ୍ୟାଙ୍କନ ଉପରେ ଆଧାରିତ । ନିମ୍ନରେ ଉତ୍ସ ଏବଂ ସନ୍ଦର୍ଭ ବର୍ଷଗୁଡ଼ିକ ଉଲ୍ଲେଖ କରାଯାଇଛି ।
ସ୍ୱାସ୍ଥ୍ୟସେବା

ଏକ ସୁସ୍ଥ ଓଡ଼ିଶାର ଆରମ୍ଭ ହୁଏ ସୁଲଭ ଓ ନିର୍ଭରଯୋଗ୍ୟ ସ୍ୱାସ୍ଥ୍ୟସେବାରୁ ।

  • - ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ≈୬୦% ଅନୁମୋଦିତ ଡାକ୍ତର ପଦବୀ ଖାଲି ପଡ଼ିଛି, ଯେଉଁଥିରେ ୧୫,୭୭୪ ଅନୁମୋଦିତ ପଦବୀ ମଧ୍ୟରୁ ୯,୫୦୩ଟି ପଦବୀ ଖାଲି ଅଛି । (ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିବୃତ୍ତି, ଡିସେମ୍ବର ୨୦୨୫)
  • - ଓଡ଼ିଶାରେ ୧ ଲକ୍ଷ ଜୀବିତ ଶିଶୁ ଜନ୍ମରେ ମାତୃ ମୃତ୍ୟୁ ହାର ୧୨୪ ଥିବାବେଳେ ଜାତୀୟ ସ୍ତରରେ ଏହା ୮୭ ରହିଛି । (SRS ୨୦୨୨-୨୪)
  • - ଓଡ଼ିଶାରେ ପ୍ରତି ୧,୭୩୫ ଲୋକଙ୍କ ପାଇଁ ୧ ଜଣ ଡାକ୍ତର ଅଛନ୍ତି, ଯେତେବେଳେ କି WHO ମାନଦଣ୍ଡ ଅନୁଯାୟୀ ଏହା ୧:୧,୦୦୦ ହେବା ଉଚିତ୍ । (ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିବୃତ୍ତି, ଡିସେମ୍ବର ୨୦୨୫)
  • - ଓଡ଼ିଶାରେ ୬-୫୯ ମାସ ବୟସର ୬୪.୨% ଶିଶୁ ରକ୍ତହୀନତାରେ ପୀଡ଼ିତ । (NFHS-5)
  • - ଓଡ଼ିଶାରେ ୧୫-୪୯ ବର୍ଷ ବୟସର ୬୪.୩% ମହିଳା ରକ୍ତହୀନତାରେ ପୀଡ଼ିତ । (NFHS-5)
  • - ୧୬ ମାର୍ଚ୍ଚ ୨୦୨୬ ରେ SCB ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ଟ୍ରମା କେୟାର ICU ଅଗ୍ନିକାଣ୍ଡରେ ୧୨ ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିଲା ।
ଶିକ୍ଷା

ଆତ୍ମବିଶ୍ୱାସ, ଦକ୍ଷତା ଏବଂ ସୁଯୋଗ ସୃଷ୍ଟି କରୁଥିବା ଶିକ୍ଷା ପାଇବା ପ୍ରତ୍ୟେକ ପିଲାର ଅଧିକାର ।

  • - ୨୦୨୪-୨୫ ବର୍ଷରେ ମାଧ୍ୟମିକ ସ୍ତରରେ ୧୫% ଛାତ୍ରଛାତ୍ରୀ ପାଠପଢ଼ା ଛାଡ଼ିଛନ୍ତି, ଯାହା ଜାତୀୟ ହାର (୧୧.୫%) ତୁଳନାରେ ଅଧିକ । (NITI ଆୟୋଗ, UDISE+ ତଥ୍ୟ)
  • - ଗ୍ରାମାଞ୍ଚଳ ଓଡ଼ିଶାରେ କେବଳ ୪୦% ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀ ସ୍ତରର ପାଠ ପଢ଼ିବାକୁ ସକ୍ଷମ ଥିଲେ । (ASER ୨୦୨୪ ସର୍ବେକ୍ଷଣ)
  • - ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ≈୬୫% ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀ ସାଧାରଣ ବିୟୋଗ ମଧ୍ୟ କରିପାରିନଥିଲେ । (ASER ୨୦୨୪ ସର୍ବେକ୍ଷଣ)
  • - ରାଜ୍ୟର ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟରେ ≈୬୮% ଶିକ୍ଷକ ପଦବୀ ଖାଲି ପଡ଼ିଥିଲା । (ବିଧାନସଭା ବିବୃତ୍ତି, ସେପ୍ଟେମ୍ବର ୨୦୨୫)
  • - ୨୦୧୮-୨୩ ମଧ୍ୟରେ ପ୍ରାଥମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତରରେ ଛାତ୍ରଛାତ୍ରୀଙ୍କ ସ୍କୁଲ ଛାଡ଼ିବା ସଂଖ୍ୟା ୧.୫୦ ଲକ୍ଷରୁ ୫.୪୭ ଲକ୍ଷ ରହିଥିଲା । (ବିଦ୍ୟାଳୟ ଶିକ୍ଷା ଉପରେ CAG ଅଡିଟ୍ ରିପୋର୍ଟ)
ଖଣିଜ ସମ୍ପଦ ଓ ଅର୍ଥନୀତି

ଓଡ଼ିଶା ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ କିନ୍ତୁ ପ୍ରକୃତ ପ୍ରଶ୍ନ ହେଉଛି, ସେହି ସମ୍ପଦର କେତେ ଅଂଶ ଜନସାଧାରଣଙ୍କ ପାଖରେ ପହଞ୍ଚୁଛି ।

  • - ୨୦୨୪-୨୫ ମସିହାରେ ଭାରତର ମୋଟ ଖଣିଜ ଉତ୍ପାଦନ ମୂଲ୍ୟର ୪୩.୭% ଅଂଶ ଓଡ଼ିଶାରୁ ଆସିଥିଲା । (ଓଡ଼ିଶା ଅର୍ଥନୈତିକ ସର୍ବେକ୍ଷଣ ୨୦୨୫-୨୬; ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ)
  • - ୨୦୨୪-୨୫ ରେ ଭାରତର ସମୁଦାୟ ୫୫% ଲୁହାପଥର, ୧୦୦% କ୍ରୋମାଇଟ୍ ଏବଂ ୭୨.୭% ବକ୍ସାଇଟ୍ ଉତ୍ପାଦନ କେବଳ ଓଡ଼ିଶାରେ ଉତ୍ପାଦିତ ହୋଇଥିଲା । (ଓଡ଼ିଶା ଅର୍ଥନୈତିକ ସର୍ବେକ୍ଷଣ ୨୦୨୫-୨୬)
  • - ୨୦୨୪-୨୫ ବର୍ଷରେ ରାଜ୍ୟର ଅଣ-ଟିକସ ରାଜସ୍ୱର ≈୮୦% କେବଳ ଖଣିଜ ରାଜସ୍ୱରୁ ହିଁ ଆସିଥିଲା । (ଓଡ଼ିଶା ଅର୍ଥନୈତିକ ସର୍ବେକ୍ଷଣ ୨୦୨୫-୨୬)
  • - ୨୦୨୫-୨୬ ରେ ଓଡ଼ିଶାର ମୁଣ୍ଡପିଛା ଆୟ ₹୧.୮୭ ଲକ୍ଷ ଥିଲାବେଳେ ଜାତୀୟ ସ୍ତରରେ ମୁଣ୍ଡପିଛା ଆୟ ₹୨.୨୦ ଲକ୍ଷ ଥିଲା । (ଓଡ଼ିଶା ଅର୍ଥନୈତିକ ସର୍ବେକ୍ଷଣ ୨୦୨୫-୨୬)
  • - ମାର୍ଚ୍ଚ ୨୦୨୬ ସୁଦ୍ଧା ୧,୨୩୭ଟି ଗ୍ରାମ ମୋବାଇଲ୍-ନେଟୱର୍କ ସଂଯୋଗରୁ ବଞ୍ଚିତ ଥିଲା । (ବିଧାନସଭା ଉତ୍ତର, ମାର୍ଚ୍ଚ ୨୦୨୬)
ମହିଳା, ଆଦିବାସୀ ଓ ସାମାଜିକ ନ୍ୟାୟ

ମହିଳା, ଆଦିବାସୀ ସମ୍ପ୍ରଦାୟ ଏବଂ ପ୍ରତ୍ୟେକ ଅବହେଳିତ ବର୍ଗଙ୍କ ନିକଟରେ “ବିକାଶ” ପହଞ୍ଚିବା ନିହାତି ଆବଶ୍ୟକ ।

  • - ଜୁଲାଇ ୨୦୨୪ ରୁ ସେପ୍ଟେମ୍ବର ୨୦୨୫ ମଧ୍ୟରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧର ୪୦,୯୪୭ ମାମଲା ରୁଜୁ ହୋଇଛି । (ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଡିସେମ୍ବର ୨୦୨୫)
  • - ୨୦୨୩ ମସିହାରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ମାମଲାରେ ଅଭିଯୁକ୍ତ “ଦୋଷୀ ସାବ୍ୟସ୍ତ” ହେବା ହାର ଓଡ଼ିଶାରେ ୬.୯% ଥିଲା । (NCRB କ୍ରାଇମ୍ ଇନ୍ ଇଣ୍ଡିଆ ତଥ୍ୟ)
  • - ଓଡ଼ିଶାରେ ୧୮–୪୯ ବର୍ଷ ବୟସର ପୂର୍ବରୁ ବିବାହିତ ମହିଳାଙ୍କ ମଧ୍ୟରୁ ୧୮.୯% ମହିଳା ଦାମ୍ପତ୍ୟ ହିଂସାର ଶିକାର ହୋଇଥିଲେ । ଗ୍ରାମାଞ୍ଚଳରେ ଏହି ହାର ୧୯.୬% ଥିବାବେଳେ ସହରାଞ୍ଚଳରେ ଏହା ୧୫.୨% ଥିଲା । (NFHS-6)
  • - ଓଡ଼ିଶାରେ ଗତ ୧୨ ମାସ ମଧ୍ୟରେ କାମ କରିଥିବା ୧୫–୪୯ ବର୍ଷ ବୟସର ମହିଳାଙ୍କ ମଧ୍ୟରୁ ମାତ୍ର ୨୬.୭% ମହିଳା ନଗଦ ଆକାରରେ ମଜୁରି ପାଇଥିଲେ, ଯେତେବେଳେ ଜାତୀୟ ସ୍ତରରେ ଏହି ହାର ୩୦.୮% ଥିଲା । (NFHS-6)
  • - ମାର୍ଚ୍ଚ ୨୦୨୨ ସୁଦ୍ଧା, ଯାଞ୍ଚ କରାଯାଇଥିବା ଆଠଟି ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ୧,୯୩୨.୪୩ ଏକର ଅନୁସୂଚିତ ଜନଜାତିଙ୍କ ଜମି ସମ୍ପର୍କିତ ୨,୧୩୪ଟି ମାମଲାର ଫଇସଲା ବାକି ରହିଥିଲା । ଏଥିମଧ୍ୟରୁ ୧,୩୪୭ଟି ମାମଲା ୧୦ ବର୍ଷରୁ ଅଧିକ ସମୟ ଧରି ବିଚାରାଧୀନ ଥିଲା । (CAG, ଓଡ଼ିଶାର ଅନୁସୂଚିତ ଅଞ୍ଚଳରେ ଜମି ପରିଚାଳନା ସମ୍ପର୍କିତ କାର୍ଯ୍ୟଦକ୍ଷତା ଅଡିଟ୍, ରିପୋର୍ଟ ନଂ. ୪, ୨୦୨୪)

ପ୍ରେସ୍ ଏବଂ ଗଣମାଧ୍ୟମ ସମ୍ବନ୍ଧିତ ସୂଚନା

ପ୍ରଶାନ୍ତ କୁମାର ଶତପଥୀ

press@ojcp.org.in · +91 9777770323 · ସୋମ-ଶନି - ସକାଳ ୧୦:୦୦ ରୁ ସନ୍ଧ୍ୟା ୬:୦୦ (IST)